ଓ୍ବାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ହ୍ବାଇଟ ହାଉସ୍ର ଏଆଇ ଓ କ୍ରିପ୍ଟୋ ଜାର୍ ଭାବେ ପେ-ପଲ୍ର ପୂର୍ବତନ ମୁଖ୍ୟ ଅପରେଟିଂ ଅଧିକାରୀ ଡାଭିଡ୍ ସାକ୍ସଙ୍କୁ ନିଯୁକ୍ତ କରିଛନ୍ତି। ଟ୍ରମ୍ପ ପ୍ରଶାସନକୁ କ୍ରିପ୍ଟୋକରେନ୍ସି ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସମ୍ବନ୍ଧରେ ସାକ୍ସ ପରାମର୍ଶ ଦେବେ। ଭବିଷ୍ୟତରେ ଏହି ଦୁଇ କ୍ଷେତ୍ରରେ ଆମେରିକାକୁ ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହେବାକୁ ପଡିପାରେ। ଯାହାକୁ ଦୃଷ୍ଟିରେ ରଖି ଟ୍ରମ୍ପ ଏହି ନିଷ୍ପତ୍ତି ନେଇଛନ୍ତି। ଏଥିସହ ସାକ୍ସ ରାଷ୍ଟ୍ରପତିଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସମ୍ବନ୍ଧୀୟ ପରାମର୍ଶଦାତା ପରିଷଦର ନେତୃତ୍ବ ମଧ୍ୟ ନେବେ।