ଜଗତସିଂହପୁର, : କଟକ-ପାରାଦ୍ୱୀପ ରାସ୍ତାର ତାଳଦଣ୍ଡାଠାରେ ପାରାଦ୍ୱୀପରୁ ଜଗତସିଂହପୁର ଯାଇଥିବା ବିପିସିଏଲ ରନ୍ଧନ ଗ୍ୟାସ ପାଇପ ଲାଇନ ମରାମତି ବେଳେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ହେଲେ ପାରାଦୀପ ଆଦର୍ଶ ଥାନା ଅନ୍ତର୍ଗତ ବିଜୟଚନ୍ଦ୍ରପୁରର ପରିମଳ ଗାୟନ। କୁଜଙ୍ଗ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କୁଜଙ୍ଗ ମେଡିକାଲକୁ ପଠାଇବା ସହିତ ଘଟଣାର ଅନୁସନ୍ଧାନ ଚଳାଇଛି। ଅନ୍ୟପକ୍ଷରେ ଗ୍ୟାସ ଲିକ୍ ପ୍ରାୟ ୫ ଘଣ୍ଟା ପରେ ବନ୍ଦ କରାଯାଇଛି। ଗ୍ୟାସ୍ ନିର୍ଗତ ହେଉଥ୍ଖବା ସମୟରେ ପୋଲିସ ଉକ୍ତ ରାସ୍ତା ଦେଇ ଗାଡ଼ି ଚଳାଚଳକୁ ବନ୍ଦ ରଖ୍ଖଥ୍ଖଲା। ବୈଷୟିକ ଦଳ ସେଠାରେ ପହଞ୍ଚ୍ଖ ଦୀର୍ଘ ସମୟ ପ୍ରଚେଷ୍ଟା କରି ଗ୍ୟାସ ନିର୍ଗତକୁ ବନ୍ଦ କରିଥ୍ଖଲେ। ଏହି ଦୁର୍ଘଟଣାରେ ମୃତ ଶ୍ରମିକଙ୍କ ପରିବାରକୁ ବିପିସିଏଲ ପକ୍ଷରୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ ନିମନ୍ତେ ଘୋଷଣା କରାଯାଇଛି।
ଶୁକ୍ରବାର ତାଳଦଣ୍ଡାଠାରେ ଗ୍ୟାସ ପାଇପ୍ ଲାଇନରୁ ଗ୍ୟାସ ଲିକ୍ ହେଉଥ୍ଖବା ସୂଚନା ମିଳିଥ୍ଖଲା। ଗ୍ୟାସ୍ ପାଇପ୍ ଲାଇନ୍ ଦାୟିତ୍ୱରେ ଥିବା ଠିକାଦାର ଦୁଇ ଜଣ ଅଣତାଲିମ୍ପ୍ରାପ୍ତ ଶ୍ରମିକଙ୍କୁ ଘଟଣାସ୍ଥଳକୁ ପଠାଇଥ୍ଖଲେ। ଦୁଇ ଶ୍ରମିକ ବିନା ସୁରକ୍ଷା ଉପକରଣରେ ସମ୍ପ ଖୋଲିଥିଲେ। ପରିମଳ ଗାୟନ ନାମକ ଜଣେ ଶ୍ରମିକ ସମ୍ପ ଭିତରକୁ ଯାଇଥିବା ବେଳେ ଅନ୍ୟ ଜଣେ ବାହାରେ ଥ୍ଖଲେ। ଦୀର୍ଘ ସମୟ ଧରି ପରିମଳ ବାହାରକୁ ନ ଆସିବାରୁ ବାହାରେ ଥିବା ଶ୍ରମିକ ଅଗ୍ନିଶମ ବାହିନୀ ଓ କୁଜଙ୍ଗ ପୋଲିସକୁ ଖବର ଦେଇଥ୍ଖଲେ। ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚ୍ଖ ପ୍ରାୟ ୧ ଘଣ୍ଟା ପରେ ପରିମଳଙ୍କୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳୁ ପରିମଳଙ୍କ ମୃତ୍ୟୁ ହୋଇଯାଇଥିଲା। ତାଙ୍କୁ ତୁରନ୍ତ ସେଠାରୁ ହସ୍ପିଟାଲକୁ ପଠାଯାଇଥ୍ଖଲା। ପରିବାର ଲୋକେ ସେଠାରେ ପହଞ୍ଚ୍ଖ ହୋହାଲ୍ଲା କରିଥ୍ଖଲେ। ଅନ୍ୟପକ୍ଷରେ ବୈଷୟିକ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚ୍ଖ ଗ୍ୟାସ୍ ନିର୍ଗତ ରୋକିବାକୁ ପ୍ରଚେଷ୍ଟା ଜାରି ରଖ୍ଖଥ୍ଖଲା।