ଭୁବନେଶ୍ୱର : ରାଜ୍ୟରେ ଏବେ ଶୀତର ପ୍ରକୋପ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଅଧିକାଂଶ ଅଂଚଳରେ ରାତି ତାପମାତ୍ରା ୧୫ ଡିଗ୍ରୀ ଉପରେ ରହିଥିବା ଦେଖିବାକୁ ମିଳୁଥିବା ବେଳେ ଦିନ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହୁଛି। ଶନିବାର ଠାରୁ ରାତି ତାପମାତ୍ରା ୨ ରୁ ୪ ଡିଗ୍ରୀ ଖସିବ ଓ ଥଣ୍ତା ବଢିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ । ଅପରପକ୍ଷରେ ଆସନ୍ତା ୯ ତାରିଖରୁ ପାରଦ ହ୍ରାସ ପାଇ ଶୀତ ଲହରୀ ଜାରି ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।
ସେହିପରି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳୁଥିବା ବେଳେ ଆଗାମୀ ଦୁଇ ଦିନ ଅର୍ଥାତ ୯ ତାରିଖ ମଧ୍ୟରେ କନ୍ଧମାଳ, ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର ଆଦି ଜିଲ୍ଲାରେ ପ୍ରବଳ ଶୀତ ସହ ଘନ କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି।