ସାଧାରଣତଃ ଶୀତ ଦିନେ ଶୁଷ୍କ ଜଳବାୟୁ ଯୋଗୁଁ ତ୍ଵଚାରେ ପାଣି ଓ ତେଲ ଅଂଶ କମିଯାଏ। ତେଣୁ ବିଭିନ୍ନ ଚର୍ମ ରୋଗ ଦେଖାଦେଇଥାଏ। ଶୀତଦିନେ ପାଦ ଫାଟିବା ଏକ ସାଧାରଣ ସମସ୍ୟା। ପାଦ ଫାଟିଲେ ବହୁତ କଷ୍ଟ ହୋଇଥାଏ। ବିଶେଷ କରି ପାଣି ବାଜିଲେ ଅଧିକ କଷ୍ଟ ହୋଇଥାଏ। ଅନେକେ ଏହାକୁ ସାଧାରଣରେ ନେଇଥାନ୍ତି। ଠିକ୍ ଯତ୍ନ ଅଭାବରୁ ପାଦ ଫାଟିଥାଏ। ଏଥିରୁ ମୁକ୍ତି ପାଇବାକୁ ହେଲେ ଘରୋଇ ଉପଚାର ଆପଣନେଇ ପାରିବେ।
ନଡିଆ ତେଲ :- ଫଟା ଗୋଇଠି ପାଇଁ ଲାଭଦାୟକ ନଡିଆ ତେଲ । ରାତିରେ ଶୋଇବା ପୂର୍ବରୁ ନଡିଆ ତେଲରେ ଗୋଇଠିକୁ ମାଲିସ କରନ୍ତୁ । ଏହାଦ୍ୱାରା ଗୋଇଠିର ଫାଟିବା ସମସ୍ୟା କମିଥାଏ ।
ମହୁ ଓ ଲେମ୍ବୁ:- ମହୁ ଓ ଲେମ୍ବୁ ରସକୁ ମିଶାଇ ଫଟା ଗୋଇଠିରେ ଲଗାନ୍ତୁ । ୧୫ରୁ ୨୦ ମିନିଟ୍ ରଖିବା ପରେ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ ।
କଦଳୀ :- ପାଚିଲା କଦଳୀକୁ ଚକଟି ଏଥିରେ ଅଳ୍ପ ମହୁ ମିଶାନ୍ତୁ । ଏହାପରେ ଫଟା ଗୋଇଠିରେ ଲଗାନ୍ତୁ । ୨୦-୩୦ ମିନିଟ୍ ଲଗାଇବା ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏହାଦ୍ୱାରା ଗୋଇଠି ଫାଟିବା ସମସ୍ୟା ଦୂର ହୋଇଥାଏ।
ଉଷୁମ ପାଣି:- ଉଷୁମ ପାଣିରେ ଲୁଣ ପକାଇ ସେଥିରେ ପାଦକୁ ୧୫ରୁ ୨୦ ମିନିଟ୍ ରଖନ୍ତୁ । ଏହା ଫଟା ଗୋଇଠି ଠିକ୍ କରିବାରେ ସାହାଯ୍ୟ କରେ ।
ଭିଟାମିନ-ଇ ତେଲ:- ଭିଟାମିନ ଇ କ୍ୟାପସୁଲ ତେଲକୁ ଫଟା ଗୋଇଠିରେ ଲଗାନ୍ତୁ । ଏଥିରେ ଗୋଇଠି ଜଲଦି ଠିକ୍ ହୋଇଯାଏ ।
ମଇଶ୍ଚରାଇଜର:- ଦିନକୁ ଦୁଇରୁ ତିନି ଥର ଗୋଇଠିରେ ଲଗାନ୍ତୁ ମଇଶ୍ଚରାଇଜ। ଏହା ଗୋଇଠିକୁ ନରମ କରିବା ସହ ଫାଟିବା କମ୍ କରିଥାଏ।
ରାଶି ତେଲ:- ରାତିରେ ଶୋଇବା ପୂର୍ବରୁ ଗୋଇଠିରେ ରାଶି ତେଲ ମାଲିସ କରନ୍ତୁ । ସାଧାରଣତଃ ଶୀତ ଦିନ ହେବା ମାତ୍ରେ ତ୍ୱଚା ଶୁଷ୍କ ହୋଇଯାଏ । ତେଣୁ ଏହି ଦିନେ ଶରୀରର ବିଶେଷ ଯତ୍ନ ନେବା ଆବଶ୍ୟକ ।