ନୂଆଦିଲ୍ଲୀ : ଭାରତରେ କାରଗୁଡିକ ଜାନୁୟାରୀ ୨୦୨୫ ରୁ ମହଙ୍ଗା ହେବାକୁ ଯାଉଛି ମାରୁତି କାର୍ । ଏ ନେଇ ମାରୁତି ସୁଜୁକି ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ଜାନୁୟାରୀ ୧ ତାରିଖରୁ ମାରୁତି ସୁଜୁକି କାର୍ ମୂଲ୍ୟ ୪% ବଢ଼ିଯିବ । ସେହିପରି ଗାଡ଼ି ଏକ୍ସଚେଞ୍ଜ କଲେ ସେମାନଙ୍କୁ ୧.୫% ଅଧିକ ମୂଲ୍ୟ ଦେବାକୁ ପଡ଼ିବ । ସୂଚନା ଅନୁଯାୟୀ ,କାରର ଇନ୍ପୁଟ୍ କଷ୍ଟ, ଏବଂ ଅପରେଶନାଲ ଏକ୍ସପେନ୍ସେସ୍ ବଢ଼ିବାରେ ଲାଗିଛି, ଯାହାକୁ ଦୃଷ୍ଟିରେ ରଖି କାର୍ ମୂଲ୍ୟ ବଢ଼ାଇବା ନେଇ କମ୍ପାନୀ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।