ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଯାହା ୧୨ ତାରିଖରେ ଶ୍ରୀଲଙ୍କା ଉପକୂଳ ଛୁଇଁବାର ସମ୍ଭାବନା ଅଛି । ୧୪ତାରିକ ବେଳକୁ ଲଘୁଚାପ ରୂପ ନେବ। । ରବିବାର ଓ ସୋମବାର ରାଜ୍ୟର ୧୭ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୧୦ ତାରିଖରୁ ୪ ଦିନ ପାଇଁ ପାଗ ଶୁଖିଲା ରହିବ। ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ।