ମୋଗାଦିସୁ: ଚୀନ ଏବେ ଚିନ୍ତା ବଢ଼ାଇଛି ମାଛଧରା ସମସ୍ୟା । ସମୁଦ୍ରରେ ମାଛ ଧରିବାକୁ ଦେଶ ଏବେ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି। ସୋମାଲିଆ ଜଳଦସ୍ୟୁମାନେ ସୋମାଲିଆ ଉପକୂଳରୁ ଚୀନ୍ର ଏକ ମାଛଧରା ଜାହାଜକୁ ଅପହରଣ କରି ନେଇଛନ୍ତି। ଏନେଇ ୟୁଏଇର ନୌସେନା ବାହିନୀ ‘ଅପରେସନ୍ ଆଟଲାଣ୍ଟା’ ଏକ ବିବୃତି ଜାରି କରିଛି।
ସୋମାଲିଆର ଉତ୍ତର-ପୂର୍ବ ପୁଟଲାଣ୍ଡ ଅଞ୍ଚଳ ଉପକୂଳରୁ ଏକ ଚୀନ୍ ଜାହାଜ ଅପହରଣ କରାଯାଇଥିଲା। ଅପହରଣ ହୋଇଥିବା ଜାହାଜରେ ୧୮ ଜଣ କ୍ରୁ ସଦସ୍ୟ ଥିବା ବେଳେ ସେମାନଙ୍କ ମଧ୍ୟରୁ କେହି ଆହତ ହୋଇ ନଥିବା ସୂଚନା ଦେଇଛି ୟୁରୋପୀୟ ଫୋର୍ସ ।ଏହି ପରିସ୍ଥିତି ଉପରେ ଚୀନ୍ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହିଁ।
ପ୍ରକାଶଥାଉ କି, ଗାଜାରେ ଇସ୍ରାଏଲ ଆକ୍ରମଣର ପ୍ରତିଶୋଧ ନେବାକୁ ହୁତି ବିଦ୍ରୋହୀମାନେ ଲୋହିତ ସାଗରରେ ଜାହାଜ ଉପରେ ଆକ୍ରମଣ କରିବା ପୁଣି ଆରମ୍ଭ କରିଛନ୍ତି। ଗତ ବର୍ଷ ଶେଷରୁ ଆରମ୍ଭ ହୋଇଥିବା ଏହି ଆକ୍ରମଣ ବିଶ୍ୱ ବାଣିଜ୍ୟ ଉପରେ ପ୍ରଭାବ ପକାଇଛି। ପିପୁଲ୍ସ ଲିବରେସନ୍ ଆର୍ମି ନୌସେନା ୨୦୦୮ ମସିହାରୁ ସୋମାଲିଆର ଉତ୍ତର ଉପକୂଳରେ ଥିବା ଆଡେନ୍ ଗଲ୍ଫରେ ଡକାୟତି କରିଆସୁଛନ୍ତି। ୨୦୧୭ ମସିହାପରଠାରୁ ଚୀନ୍ ଆଫ୍ରିକାର ଜିବୁତିରେ ଏକମାତ୍ର ବିଦେଶୀ ସାମରିକ ବେସ୍ ଚଳାଇଥିବା ବେଳେ ସୁଏଜ୍ କେନାଲ ଏବଂ ଲୋହିତ ସାଗର ଦେଇ ପ୍ରମୁଖ ଅନ୍ତର୍ଜାତୀୟ ଜାହାଜ ପରିବହନ ପଥ ନିକଟରେ ଅଞ୍ଚଳରେ ଏଭଳି ଡକାୟତି ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହାକୁ ଦମନ କରିବା ପାଇଁ ୟୁଏଇ ପକ୍ଷରୁ ‘ଅପରେସନ୍ ଆଟଲାଣ୍ଟା’ କରାଯାଇଥିବା ବେଳେ ଚଳିତ ବର୍ଷ ୧୯ଟି ଡକାୟତି ଆକ୍ରମଣ ରେକର୍ଡ କରିଛି ଯାହା ୨୦୧୨ ମସିହା ପରଠାରୁ ସର୍ବାଧିକ ଆକ୍ରମଣ।