କଟକ, : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କୁ ଆକ୍ରମଣ ହୋଇଛି। ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର ପ୍ରଭାସ ରଂଜନ ମହାନ୍ତିଙ୍କୁ ବିଜୁ ଛାତ୍ର ଜନତା ଦଳ ନେତା ରେଭେନ୍ସା କ୍ୟାମ୍ପସ ଭିତରେ ମରଣାନ୍ତକ ଆକ୍ରମଣ କରିଥÒବା ମାଲଗୋଦାମ ଥାନାରେ ଅଭିଯୋଗ ହୋଇଛି। ଏହି ଆକ୍ରମଣ ଘଟଣାରେ ଜଣେ ପୂର୍ବତନ ଛାତ୍ରଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାଁ ବବି ଖାନ୍। ଆହତ ଛାତ୍ରଙ୍କ ଅଭିଯୋଗକ୍ରମେ ମାଲଗୋଦାମ ଥାନା ପୋଲିସ ବବିକୁ ଗିରଫ କରିଛି । ବବିଙ୍କ ନାଁରେ ପୂର୍ବରୁ ଅନେକ ମାମଲା ରହିଛି । ୨ଦିନ ତଳେ ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ପ୍ରଭାସ ରଂଜନଙ୍କ ଶରୀରର ବିଭିନ୍ନ ସ୍ଥାନରେ ଲୁହା ପାଇପରେ ଆକ୍ରମଣ କରାଯାଇଛି । ଏ ନେଇ ଏକ୍ରାମ ଖାନ୍ ଓରଫ ବବିଙ୍କ ସହ ଅନ୍ୟ ୩ ଜଣଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି । ମାଲଗୋଦାମ ଥାନା ପୋଲିସ ମାମଲାକୁ ଗ୍ରହଣ କରି ତଦନ୍ତ ଚଲାଇଛି । ଶନିବାର ଥାନାରେ ଦିଆଯାଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ଯେ, ପ୍ରଭାସ ରେଭନ୍ସୋ ବାହାରକୁ ସନ୍ଧ୍ୟା ସମୟରେ ଯାଉଥିବାବେଳେ ବିଜୁ ଛାତ୍ର ଜନତାଦଳ ନେତା ଲୁହା ପାଇପରେ ତାଙ୍କୁ ବାଡ଼େଇ ବାଡ଼େଇ ରେଭେନ୍ସା ଭିତରକୁ ନେଇଥିଲେ । ସେଠାରେ ଅନ୍ୟ ୩ ଜଣ ମିଶି ଜୀବନରୁ ମାରି ଦେଲା ଭଳି ଆକ୍ରମଣ କରିଥିଲେ।