ଦିଲ୍ଲୀ: ଉତ୍ତର-ପଶ୍ଚିମ ଦିଲ୍ଲୀର ନରେଲା ଅଞ୍ଚଳ ଅନ୍ତର୍ଗତ ପଞ୍ଜାବୀ କଲୋନୀରେ ଘଟିଛି ଅଭାବନୀୟ ଘଟଣା। ଶନିବଜାରରେ ରବିବାର ସକାଳ ପ୍ରାୟ ୭ଟାରେ ଏକ ପରିବାର ଖାଦ୍ୟ ତିଆରି କରୁଥିବା ବେଳେ ହଠାତ୍ ଘରର ଛାତ ଭୁଶୁଡ଼ି ପଡ଼ିଥିଲା । ଏହାଫଳରେ ଗ୍ୟାସ ସିଲିଣ୍ଡର ଫାଟି ବିସ୍ଫୋରଣ ହେବାଯୋଗୁଁ ପରିବାର ସଦସ୍ୟ ପୋଡ଼ି ହୋଇ ଯାଇଥିଲେ। ସୂଚନା ପାଇ ଦିଲ୍ଲୀ ଅଗ୍ନିଶମବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଦୁଇଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ। ଏହି ଦୁର୍ଘଟଣାରେ କୌଣସି ପ୍ରାଣହାନୀ ହୋଇନଥିବା ଜଣାପଡିଛି । ପରିବାରର ୬ ଜଣ ସଦସ୍ୟ ୪୦ରୁ ୪୫ ପ୍ରତିଶତ ପୋଡ଼ି ହୋଇଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ୩ ଶିଶୁ ଥିଲେ । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ରାଜା ହରିଶ୍ଚନ୍ଦ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।