ଟମାଟୋରେ ପୋଷକ ତତ୍ତ୍ୱର ଅଭାବ ନାହିଁ, ଯଦି ଏହା ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ ହୁଏ, ତେବେ ଶରୀରରେ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ପ୍ରାକୃତିକ ସୁଗାର, ଫାଇବର, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ସୋଡିୟମ୍, ଆଇରନ୍, ଫସଫରସ୍, ଭିଟାମିନ୍ ଏ, ଭିଟାମିନ୍ ଇ, ଭିଟାମିନ୍ ସି ମିଳିଥାଏ। ଶୀତଦିନେ ଟମାଟୋ ଖାଇବା ଶରୀର ପାଇଁ ହିତକର। ଅନେକ ପ୍ରକାର ରୋଗରେ ଟମାଟୋକୁ ଔଷଧ ଭାବେ ଗ୍ରହଣ କରାଯାଏ।
ଚର୍ବି ନିୟନ୍ତ୍ରଣ:- ଚର୍ବି ବା ମୋଟାପଣ ଦୂର କରିବାରେ ଟମାଟୋ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପ୍ରତିଦିନ ଖାଦ୍ୟରେ ଏହାକୁ ବ୍ୟବହାର କରିବା ଦ୍ୱାରା ଏଭଳି ସମସ୍ୟାରୁ ମୁକ୍ତି ପାଇପାରିବେ।
ସୌନ୍ଦର୍ଯ୍ୟ ଓ କେଶ ପାଇଁ ଲାଭଦାୟକ:- ବର୍ତ୍ତମାନ ବଢ଼ୁଥିବା ପ୍ରଦୂଷଣ କାରଣରୁ ତ୍ଵଚା ଓ କେଶ ଉପରେ ଏହାର ପ୍ରଭାବ ପଡ଼ିଥାଏ। ଖାଦ୍ୟରେ ଯେତେ ଟମାଟୋ ସାମିଲ କରିବେ ସେତେ ଏହାର ଫାଇଦା ମିଳିବ। ତ୍ଵଚା ଚିକ୍କଣ ହେବା ସହ କେଶ ମଧ୍ୟ ମଜବୁତ ରହିବ।
ସୌନ୍ଦର୍ଯ୍ୟ ଓ କେଶ ପାଇଁ ଲାଭଦାୟକ:- ବର୍ତ୍ତମାନ ବଢ଼ୁଥିବା ପ୍ରଦୂଷଣ କାରଣରୁ ତ୍ଵଚା ଓ କେଶ ଉପରେ ଏହାର ପ୍ରଭାବ ପଡ଼ିଥାଏ। ଖାଦ୍ୟରେ ଯେତେ ଟମାଟୋ ସାମିଲ କରିବେ ସେତେ ଏହାର ଫାଇଦା ମିଳିବ। ତ୍ଵଚା ଚିକ୍କଣ ହେବା ସହ କେଶ ମଧ୍ୟ ମଜବୁତ ରହିବ।
ଦୁର୍ବଳ ହୃଦୟ:- ଟମାଟୋ ସାଧାରଣତଃ ଦୁର୍ବଳ ହୃଦୟ ତଥା ହୃଦୟ ଜନିତ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଉପକାରୀ।ଏହାକୁ ନିୟମିତ ଖାଇବା ଦ୍ୱାରା ଏଭଳି ସମସ୍ୟାକୁ ସମ୍ପୂର୍ଣ୍ଣ ରୂପେ ଦୂର କରାଯାଇପାରେ।