ନୂଆଦିଲ୍ଲୀ: ଭାରତ-କାନାଡା ମଧ୍ୟରେ କୂଟନୈତିକ ତିକ୍ତତା ତେଜୁଥିବା ବେଳେ କାନାଡ଼ାରେ ଜଣେ ୨୦ ବର୍ଷୀୟ ଭାରତୀୟ ସୁରକ୍ଷାକର୍ମୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତକ ଯୁବକ ଜଣକଙ୍କ ନାମ ହର୍ଷଦୀପ ସିଂ ହୋଇଥିବା ବେଳେ ସେ ପଞ୍ଜାବର ବାସିନ୍ଦା। ହର୍ଷଦୀପ ଉଚ୍ଚଶିକ୍ଷା ନିମନ୍ତେ କାନାଡାକୁ ଯାଇଥିଲେ ଏବଂ ତାଙ୍କ ଖର୍ଚ୍ଚ ପୂରଣ ପାଇଁ ସେ ସେଠାରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିଲେ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ମଧ୍ୟାହ୍ନରେ କାନାଡାର ଏଡମଟନ୍ ସ୍ଥିତ ଏକ ଆପାର୍ଟମେଣ୍ଟରେ ଦୁଇ ଅଭିଯୁକ୍ତ ୨୦ ବର୍ଷୀୟ ହର୍ଷଦୀପଙ୍କୁ ଗୁଳିକରି ହତ୍ୟା କରିଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ହର୍ଷଦୀପଙ୍କୁ ହସ୍ପିଟାଲ ନେଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ଦୁଇ ଅଭିଯୁକ୍ତ ଇଭାନ୍ ରେନ୍ ଏବଂ ଜୁଡିଥ୍ ସୋଲଟୋଙ୍କୁ ଙ୍କୁ ଗିରଫ ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।