ନୂଆଦିଲ୍ଲୀ: ଦେବଜିତ ସାଇକିୟାଙ୍କୁ ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି ବୋର୍ଡର କାର୍ଯ୍ୟନିର୍ବାହୀ ସଚିବ ଭାବେ ନିଯୁକ୍ତ କରିଛନ୍ତି । ଦେବଜିତ ଏବେ ଜୟ ଶାହଙ୍କ ସ୍ଥାନରେ ବିସିସିଆଇର କାର୍ଯ୍ୟନିର୍ବାହୀ ସଚିବ ଦାୟିତ୍ୱ ନିର୍ବାହ କରିବେ। ଗତ ୧ ତାରିଖରେ ଜୟ ଶାହ ଆଇସିସିର ନୂଆ ଅଧ୍ୟକ୍ଷ ପଦରେ ନିଯୁକ୍ତ ହୋଇଥିବା ବେଳେ ତାଙ୍କ ପରେ ଦେବଜିତଙ୍କୁ ବିସିସିଆଇର କାର୍ଯ୍ୟନିର୍ବାହୀ ସଚିବ ଭାବେ ଦାୟିତ୍ବ ମିଳିଛି ।
ବିସିସିଆଇ ନିୟମ ଅନୁଯାୟୀ ଦେବଜିତ ସ୍ଥାୟୀ ସଚିବ ନିଯୁକ୍ତ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହୀ ସଚିବ ଭାବେ ପଦବୀରେ ରହିବେ। ଆସାମ ବାସିନ୍ଦା ସୌକିୟା ଜଣେ ପ୍ରଥମ ଶ୍ରେଣୀ କ୍ରିକେଟର ଭାବେ ଜଣାଶୁଣା ହୋଇଥିବା ବେଳେ ଏବେ ସେ ବିସିସିଆଇର ସଂଯୁକ୍ତ ସଚିବ ଅଛନ୍ତି । ଆଗାମୀ ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ସେ ଏହି ପଦଭାର ସମ୍ଭାଳିବା ପରେ ସ୍ଥାୟୀ ସଚିବ ନିଯୁକ୍ତ କରାଯିବ ।