ଭୁବନେଶ୍ୱର: ମଙ୍ଗଳବାର ବଲାଙ୍ଗିର ଜିଲ୍ଲାର ଦେଓଗାଓଁ ରେଳ ଷ୍ଟେସନ ନିକଟ ରେଲୱେ ଟ୍ରାକ୍ ଉପରେ ଜଣେ ଅଜଣା ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛ। ଆରପିଏଫ ଓ ଜିଆରପି ପହଞ୍ଚି ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପରିଚୟ ମିଳିପାରିନାହିଁ। ସୂଚନା ଅନୁଯାୟୀ, ବଲାଙ୍ଗୀର ଦେଓଗାଁ ରେଳଷ୍ଟେସନ ନିକଟ ରେଳଧାରଣାରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ ହୋଇଛି । ଟ୍ରେନ୍ ଲାଇନ୍ରେ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ଜିଆର୍ପି ଏବଂ ପୋଲିସକୁ ଖବର ଦେଇଥିଲେ । ଘଟଣା ସଂପର୍କରେ ଖବର ପାଇ ଦେଓଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରେଲୱେ ଟ୍ରାକ ନିକଟରେ ଥିବା ଏକ ଧାନଖଳାରେ ରକ୍ତଛିଟା ପଡ଼ିଛି । ଧାନଖଳାରେ ହତ୍ୟା କରିବା ପରେ ଯୁବକଙ୍କୁ ରେଲୱେ ଟ୍ରାକରେ ଫିଙ୍ଗି ଦିଆଯାଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ବଢୁଛି।