ଶୀତ ଋତୁ ଯେତିକି ଭଲ ସେତିକି ଖରାପ ମଧ୍ୟ ହୋଇଥାଏ । କାହିଁକି ନା ଶୀତଋତୁରେ ଅକେନ ପ୍ରକାର ସମସ୍ୟା ସାମ୍ନାକୁ ଆସିଥାଏ । ସାଧାରଣତଃ ଶୀତଦିନେ ଜ୍ୱର, ଥଣ୍ଡା, କାଶ, ଛିଙ୍କ ଇତ୍ୟାସି ହେବା ସହ ଗୋଡ, ହାତ ଏବଂଶୁଷ୍କ ପଡିଯାଇଥାଏ । ଆହୁରି ମଧ୍ୟ ମୁଣ୍ଡରେ ରୁପି ହୋଇଥାଏ । ଏହି ସବୁ ସମସ୍ୟାକୁ ନେଇ ଲୋକେମାନେ ବହୁତ ଚିନ୍ତାରେ ରହିବା ସହ ଅନେକ ପ୍ରକାରର ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି । ମାତ୍ର ତାହା ସେମାନଙ୍କୁ ସଫଳତା ଦେଇ ନଥାଏ । ଫଳରେ ସେମାନେ ରୁପିକୁ ନେଇ ବ୍ଯତିବ୍ଯସ୍ତ ହୋଇ ପଡନ୍ତି ।ପ୍ରଡକ୍ଟ ବ୍ୟବହାର କରିବା ଫଳରେ ମଧ୍ୟ ଏହି ସବୁ ସମସ୍ୟା ଦୂର ହୋଇ ନଥାଏ । ସବୁଠାରୁ ବଡ ସମସ୍ଯା ହେଉଛି ମୁଣ୍ଡରେ ରୁପି ହେବା । ଏହି ସମସ୍ୟା ପ୍ରାୟ ସମସ୍ତଙ୍କ ପାଖରେ ଦେଖାଦିଏ । ଏହି ସମସ୍ୟାଟି ବିଶେଷକରି ଶୀତ ଋତୁରେ ହୋଇଥାଏ । ଶୀତଦିନେ କିପରି ନେବେ ନିଜ କେଶର ଯତ୍ନ ..
ତେଲ ଲଗାଇବା ପାଇଁ ଭୁଲନ୍ତୁ ନାହିଁ : କିଛି ଲୋକ ଅଛନ୍ତି ଯେଉଁମାନେ ଆଦୌ ମୁଣ୍ଡରେ ତେଲ ଲଗାନ୍ତି ନାହିଁ । ଯାହା ଫଳରେ ସେମାନେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି । ଯେମିତିକି କେଶ ଉପୁଡିବା, କେଶ ଧଳା ପଡିବା, ରୁପି ହେବା ଇତ୍ୟାଦି ।
ସାମ୍ପୁ କିପରି କରିବା : ଆପଣ ମନେ ରଖିବା ଉଚିତ୍ ଯେ, ଯେତେବଳେ ସାମ୍ପୁ କରୁଛନ୍ତି; ସେହି ସମୟରେ ସିଧାସଳଖ ସାମ୍ପୁକୁ ନ ଲଗାଇ କିଛି ଭଲ ଉପାୟରେ ଲଗାଇବା ପାଇଁ ଚେଷ୍ଟା କରନ୍ତୁ ।
ଗରମ ପାଣିର ବ୍ୟବହାର : ଶୀତଋତୁରେ ପ୍ରାୟ ସମସ୍ତ ଲୋକ ଗରମ ପାଣିରେ ଗାଧୋଇବାକୁ ବହୁତ ପସନ୍ଦ କରନ୍ତି । ଖାଲି ଗାଧୋଇବା ପାଇଁ ନୁହେଁ ବରଂ ସବୁ କିଛି ଗରମ ପାଣିରେ କରିଥାନ୍ତି ।