ଭୁବନେଶ୍ୱର : ରାଜ୍ୟରେ ଉଭୟ ଶୀତ ଓ ବର୍ଷାର ଅନୁଭୂତ ହେଉଥିବା ବେଳେ ପଶ୍ଚିମାଝଡ଼ ପ୍ରଭାବରେ ଉପକୂଳ ଅଞ୍ଚଳରେ ପାଗରେ ପରିବର୍ତ୍ତନ ହେବା ନେଇ ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବୁଧବାର କେନ୍ଦ୍ରାପଡା, ପୁରୀ,ଜଗତସିଂହପୁର, ଖୋର୍ଦ୍ଧା, କଟକ, ଢେଙ୍କାନାଳ ଓ ଯାଜପୁରରେ ପାଗ କୋହଲା ରହିବା ସହିତ କେତେକ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସେହିପରି ମଙ୍ଗଳବାର କଟକ, ଭୁବନେଶ୍ବରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି।
ତେବେ ଏହି ବର୍ଷା ଯୋଗୁଁ ଶୀତ ବଢିବା ନେଇ ଆଶଙ୍କା ରହିଥିବା ବେଳେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆହୁରି ଘନୀଭୂତ ହେବାର ସମ୍ଭାବନ ରହିଛି। ଏହା ଗୁରୁବାର ସୁଦ୍ଧା ଶ୍ରୀଲଙ୍କା ଉପକୂଳ ଛୁଇଁପାରେ।