ପାରାଦୀପ: ପାରାଦୀପ: ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ଦୁଇଟି ବାଂଲାଦେଶୀ ମତ୍ସ୍ୟଜୀବୀ ଜାହାଜକୁ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା (ଆଇଏମବିଏଲ ) ନିକଟରେ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛନ୍ତି। ମଙ୍ଗଳବାର ପାରାଦୀପ ତଟରେ ୭୮ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ କୋଷ୍ଟଗାର୍ଡ ପକ୍ଷରୁ ଅଟକ ରଖାଯାଇଛି। ସୂଚନା ଅନୁସାରେ ଦୁଇ ବାଂଲାଦେଶୀ ମାଛଧରା ବୋଟ୍ ରେ ୭୮ ମତ୍ସ୍ୟଜୀବୀ ମାଛ ଧରିବାକୁ ଆସିଥିବା ବେଳେ ଭାରତୀୟ ସୀମାକୁ ଚାଲିଆସିଥିବା ସନ୍ଦେହ କରାଯାଉଛି।ମତ୍ସ୍ୟଜୀବୀମାନେ ଅଜାଣରେ ସାମୁଦ୍ରିକ ସୀମା ଅତିକ୍ରମ କରିବା ନୂଆ କଥା ନୁହେଁ। ତେବେ ବାଂଲାଦେଶୀ ମତ୍ସ୍ୟଜୀବୀମାନେ ଜାଣିଶୁଣି ଭାରତୀୟ ସମୁଦ୍ର ସୀମାରେ ମାଛ ଧରୁଥିଲେ କି ଅଜାଣତରେ ପ୍ରବେଶ କରିଥିଲେ, ତଦନ୍ତ ପରେ ଜଣାପଡ଼ିବ। ବନ୍ଦୀମାନଙ୍କୁ କୋଷ୍ଟଗାର୍ଡର ‘ଆମୋଗ’ ଜାହାଜରେ ପାରାଦୀପ ବନ୍ଦରକୁ ଅଣାଯାଉଛି। କୋଷ୍ଟଗାର୍ଡ ସେମାନଙ୍କୁ ସନ୍ଧ୍ୟା ସୁଦ୍ଧା ମେରାଇନ ପୋଲିସକୁ ହସ୍ତାନ୍ତର କରିବ।