ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ପରେ ଦିନକୁ ଦିନ ହଠାତ୍ ମୃତ୍ୟୁ ହେବା ସଂଖ୍ୟା ବୃଦ୍ଧି ପାଇଥିଲା। ଏହାକୁ ନେଇ କୋଭିଡ୍ ଟୀକା ଉପରେ ପ୍ରଶ୍ନ ଉଠିଥିଲା। ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା। ଯୁବପୀଢିଙ୍କ ଅକସ୍ମାତ ମୃତ୍ୟୁ ପଛରେ କରୋନା ଟିକାର କୌଣସି ଭୂମିକା ନଥିବା କହିଛନ୍ତି। ଏହାସହିତ କୋଭିଡ ଟିକା ଯୋଗୁ ଯୁବପିଢ଼ିଙ୍କ ମଧ୍ୟରେ ଆକସ୍ମିକ ମୃତ୍ୟୁ ହେବାର ଆଶଙ୍କା ବଢିନି ବରଂ ଏହି ବିପଦ ହ୍ରାସ ପାଇଛି ବୋଲି ସେ ସ୍ପଷ୍ଟିକରଣ ରଖିଛନ୍ତି ।
ନିକଟରେ ପ୍ରକାଶ ପାଇଥିବା ଆଇସିଏମଆର ଷ୍ଟଡି ରିପୋର୍ଟକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଛି। ଆଇସିଏମ୍ଆର୍ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୪୭ଟି ହସ୍ପିଟାଲକୁ ନେଇ ଗବେଷଣା କରାଯାଇଥିଲା । ଏହି ରିପୋର୍ଟରେ ଅକ୍ଟୋବର ୨୦୨୧ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ୧୮ରୁ ୪୫ ବର୍ଷିୟ ଲୋକଙ୍କ ମଧ୍ୟରେ ହଠାତ୍ ମୃତ୍ୟୁ ହୋଇଥିଲା। ଏହି ସମୟରେ ୭୨୯ ଲୋକଙ୍କ ହଠାତ୍ ମୃତ୍ୟୁ ହୋଇ ଦେଶରେ ମୃତ୍ୟୁହାର ବୃଦ୍ଧି ପାଇଥିଲା। ଏହା ପରେ କୋଭିଡ ଟିକା ଉପରେ ପ୍ରଶ୍ନ ଉଠିଥିଲା ।
ଅପରପକ୍ଷରେ, କୋଭିଡ୍-୧୯ ସୃଷ୍ଟି କରୁଥିବା ଭାଇରସ୍ ବର୍ତ୍ତମାନ ମାନବ ଜଗତ ପରେ ଜଙ୍ଗଲ ମୁହାଁ ହୋଇଛି । ଅନେକ ବନ୍ୟପ୍ରାଣୀଙ୍କଠରେ ଏହି ଭୁତାଣୁ ଦେଖାଯାଇଛି । ଭର୍ଜିନିଆ ଟେକ୍ର ସଂରକ୍ଷଣ ଜୀବବିଜ୍ଞାନୀ ଅମାଣ୍ଡା ଗୋଲ୍ଡବର୍ଗ ଏନେଇ ସୂଚନା ଦେଇ କିଛି ପ୍ରଜାତିରେ ଏହାର ସଂକ୍ରମଣ ୬୦ ପ୍ରତିଶତ ପର୍ଯ୍ୟନ୍ତ ରହିଥିବା କହିଛନ୍ତି ।