ସିଓଲ୍: ଦକ୍ଷିଣ କୋରିଆରେ ମାର୍ଶାଲ ଲ’ ଲାଗୁ କରିବା ଘଟଣାର ତଦନ୍ତ ପାଇଁ ପୋଲିସ ବୁଧବାର ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଚଢ଼ଉ କରିଥିଲା । ଏହି ଚଢଉ ବେଳେ ଦକ୍ଷିଣ କୋରିଆର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ କିମ୍ ୟୋଙ୍ଗ-ହ୍ୟୁନ୍ ଗିରଫ ଭୟରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ଜଣାପଡିଛି।କିମ୍ ନିଜ ଅଣ୍ଡରୱେୟାର ବ୍ୟବହାର କରି ଡିଟେନସନ୍ ସେଣ୍ଟରରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଧିକାରୀ ମାନେ ସୂଚନା ଦେଇଛନ୍ତି।
ବୁଧବାର ଦକ୍ଷିଣ କୋରିଆର ନ୍ୟାସନାଲ ପୋଲିସ ଏଜେନ୍ସି, ସିଓଲ ମେଟ୍ରୋପୋଲିଟନ ପୋଲିସ ଏଜେନ୍ସି ଓ ନେସନାଲ ଆସେମ୍ବ୍ଲି ସିକ୍ୟୁରିଟି ସର୍ଭିସ ମିଳିତ ଉଦ୍ୟମରେ ଏକ ଟିମ ଗଠନ କରି ଏହି ଚଢଉ କରିଥିଲେ। ଏହି ସମୟରେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ ପ୍ରତିରକ୍ଷା ମନ୍ତ୍ରୀ ଦେଶରେ ସାମରିକ ଶାସନ ଆଇନ ଲାଗୁ କରିବାକୁ ଦେଇଥିବାରୁ ପୋଲିସ ତାଙ୍କୁ ଗିରଫ କରିବାକୁ ଯାଇଥିଲା। ଏହା ଜାଣିବା ପରେ କିମ୍ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।
ପ୍ରକାଶଥାଉ କି, ଦକ୍ଷିଣ କୋରିଆର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ କିମ୍ ୟୋଙ୍ଗ ହ୍ୟୁନ୍ ଗତ ସପ୍ତାହରେ ରାଷ୍ଟ୍ରପତି ୟୁନ୍ ସୁକ୍ ୟୁଲ୍ ଏବଂ ଅନ୍ୟମାନଙ୍କ ସହ ମିଶି ମାର୍ଶାଲ ଲ’ ଲାଗୁ କରିଥିଲେ। ସେଥିପାଇଁ ତାଙ୍କ ବିଦେଶ ଯାତ୍ରା ଉପରେ ନ୍ୟାୟ ମନ୍ତ୍ରାଳୟ ରୋକ୍ ଲଗାଇଥିଲା । ତେବେ ଏହି ଅଭିଯୋଗରେ ବୁଧବାର ତାଙ୍କୁ ଗିରଫ କରାଯାଇ ତଦନ୍ତ ଚାଲିଛି।