ଇସଲାମାବାଦ : ନିକଟରେ ସାଉଦି ଆରବ ସମେତ ଅନେକ ଦେଶ ପାକିସ୍ତାନକୁ କଡା ଚେତାବନୀ ଦେଇଥିଲେ । ଯଦି ପାକିସ୍ତାନ ଭିକାରୀ ପଠାଇବା ବନ୍ଦ ନ କରେ ତେବେ ସେମାନେ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଘୋଷଣା ହୋଇଥିଲା। ଏନେଇ ସାଉଦି ହଜ ମନ୍ତ୍ରଣାଳୟ ପାକିସ୍ତାନର ଧାର୍ମିକ ବ୍ୟାପାର ମନ୍ତ୍ରଣାଳୟକୁ ପୂର୍ବରୁ ସୂଚନା ଦେଇଥିଲା। ଏହାପରେ ପାକିସ୍ତାନ ପକ୍ଷରୁ ନୋ ଫ୍ଲାଏ ଲିଷ୍ଟ ଜାରି କରି ୪୩୦୦ ଭିକାରୀଙ୍କୁ ଏହି ତାଲିକାରେ ସ୍ଥାନିତ କରିଛି।
ପାକିସ୍ତାନୀ ଭିକାରୀମାନେ ଦୀର୍ଘ ଦିନରୁ ସାଉଦି ଆରବ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିଲେ। କାରଣ ଆର୍ଥିକ ସଙ୍କଟ ଏବଂ ବେକାରୀ ସମସ୍ୟାରେ ପୀଡିତ ଲୋକମାନେ ବହୁସଂଖ୍ୟାରେ ଉମରାହ ଏବଂ ହଜ ଆଳରେ ସାଉଦି ଆରବ ଯାଇଥାନ୍ତି । ସେଠାରେ ଥିବା ମକ୍କା, ମଦିନା ଏବଂ ୟେଦା ପରି ସହରରେ ଭିକ୍ଷାବୃତ୍ତି କରୁଥିବା ଦେଖିବାକୁ ମିଳେ।
ଅପରପକ୍ଷରେ ଭିକାରୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ଉମରାହ ଆକ୍ଟ ଆଣିବାକୁ ପାକିସ୍ତାନ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ଉମରାହ ପାଇଁ ଭିସା ପାଇବାରେ ସାହାଯ୍ୟ କରୁଥିବା ଟ୍ରାଭେଲ କମ୍ପାନୀଗୁଡିକୁ ଆଇନଗତ ଆଭିମୁଖ୍ୟ ସମ୍ବନ୍ଧିତ ସମସ୍ତ ତଥ୍ୟ ଦେବାକୁ ପଡିବ।