ଇସଲାମାବାଦ,୧୬।୧୧: ବାୟୁ ପ୍ରଦୂଷଣ ଦ୍ୱାରା ଦିନକୁ ଦିନ ପାକିସ୍ତାନର ପଞ୍ଜାବ ପ୍ରଦେଶ ସ୍ଥତି ସଂଗୀନ ହେଉଛି। କ୍ରମାଗତ ଭାବରେ ବଢୁଥିବା ବାୟୁ ଗୁଣବତ୍ତା ସୂଚକ (ଏକ୍ୟୁଆଇ)କୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ଲାହୋର ଏବଂ ମୁଲତାନ ଭଳି ପ୍ରଭାବିତ ସହରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଏହାସହ ପ୍ରଦୂଷଣର ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ଅନ୍ୟାନ୍ୟ ନିଷ୍ପତ୍ତି ମଧ୍ୟ ନିଆଯାଇଛି ।
ମିଥିବା ସୂଚନା ଅନୁସାରେ, ପାକିସ୍ତାନ ଅଧିକୃତ ପଞ୍ଜାବ ପ୍ରଦେଶର ରାଜଧାନୀ ଲାହୋର ଏବଂ ମୁଲତାନରେ ବାୟୁ ପ୍ରଦୂଷଣ ଯୋଗୁଁ ପରିସ୍ଥିତି ଗୁରୁତର ରହିଛି। ଏଠାରେ ବାୟୁ ଗୁଣବତ୍ତା ସୂଚକ (ଏକ୍ୟୁଆଇ) ଦୁଇଥର ୨,୦୦୦ରୁ ଅଧିକ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସପ୍ତାହରେ ତିନି ଦିନ ଶୁକ୍ରବାର, ଶନିବାର ଏବଂ ରବିବାର ଦିନ ମୁଲତାନ ଏବଂ ଲାହୋରରେ ସମ୍ପୂର୍ଣ୍ଣ ଲକଡାଉନ ରହିବା ନେଇ ଘୋଷଣା କରାଯାଇଛି। ଏହାସହ ଆସନ୍ତା ଏକ ସପ୍ତାହ ପାଇଁ ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ନିଷେଧାଦେଶ ଲାଗୁ ହୋଇଛି।
ପ୍ରକାଶଥାଉ କି, ଏକ୍ୟୁଆଇ ଦୃଷ୍ଟିରୁ ଲାହୋର ଦୁନିଆର ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ରହିଛି । ଦୀର୍ଘଦିନରୁ ଏଠାରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଁ ସ୍ଥିତି ସଂଗୀନ ହେବାରେ ଲାଗିଛି ।