ଦୁବାଇ: ଦୁବାଇରେ ଖେଳାଯାଇଥିବା ୧୯ ବର୍ଷରୁ କମ୍ ଏସିଆ କପ୍ ମ୍ୟାଚ୍ରେ ପାକିସ୍ତାନ ଭାରତକୁ ୪୩ ରନ୍ରେ ପାକିସ୍ତାନ ପରାସ୍ତ କରିଛି। ଏହି ମ୍ୟାଚରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶାହଜୈବ ଖାନ୍ ଭାରତ ବିପକ୍ଷରେ ୧୫୯ ରନ୍ର ବିସ୍ଫୋରକ ବ୍ୟାଟିଂ କରି ନୂଆ କୀର୍ତ୍ତିମାନ ରଚିଛନ୍ତି। ସେଥିପାଇଁ ତାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।
ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୨୮୨ ରନ୍ର ଲକ୍ଷ୍ୟଧାର୍ଯ୍ୟ କରିଥିଲା ପାକିସ୍ତାନ। ଭାରତ କିନ୍ତୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ନିଖିଲ କୁମାର ୬୭ ରନ୍ କରି କିଛି ସମୟ ପାଇଁ ସଂଘର୍ଷ କରିଥିବା ବେଳେ ଭାରତ ମାତ୍ର ୨୩୮ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଏହି ମ୍ୟାଚରେ ୫ ଦିନ ପୂର୍ବରୁ କୋଟିପତି ହୋଇଥିବା ବିହାର ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ସାରା ଦେଶର ନଜର ଥିଲେ ମଧ୍ୟ ସେ ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ। ତେବେ ଭାରତ ପରବର୍ତ୍ତୀ ମ୍ୟାଚ୍ ୨ ତାରିଖରେ ଜାପାନ୍ ବିପକ୍ଷରେ ଖେଳିବ।
ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ୫୦ ଓଭରରେ ୨୮୧/୭ (ଶାହଜୈବ ଖାନ୍-୧୫୯, ଉସ୍ମାନ ଖାନ୍-୬୦, ମହମ୍ମଦ ରିଆଜୁଲ୍ଲା-୨୭, ସମର୍ଥ ନାଗରାଜ-୪୫, ଆୟୂଷ ମାହାତ୍ରେ-୩୦)। ଭାରତ ୪୭.୧ ଓଭରରେ ୨୩୮/୧୦ (ନିଖିଲ କୁମାର-୬୭, ମହମ୍ମଦ ଇନାନ୍-୩୦, ହର୍ଭଂଶ ପାଙ୍ଗଲିଆ-୨୬, ଅଲୀ ରାଜା-୩୬, ଫହାମ୍-ଉଲ୍-ହକ୍-୪୧, ଅବଦୁଲ ଶୁଭନ-୪୬)